Blogger news

Kshyama Mu Maguchhi Lyrics

Kshyama Mu Maguchhi Lyrics | Odia Christian Song Lyrics

Kshyama Mu Maguchhi Lyrics

ଭୁଲିଯାଇଚି ×୨ ତୁମରି ପ୍ରେମକୁ
ଭୁଲି ମୁଁ ଯାଇଚି
ମଜ୍ଜିଯାଇଚି ×୨ ଏ ମାୟା ସଂସାରେ
ମଜ୍ଜି ମୁଁ ଯାଇଚି
ତୁମ କ୍ରୁପା ତୁମ ସ୍ନେହ
ଯୀଶୁ ତୁମ ଅନୁଗ୍ରହ
ଜଗତ ଫାନ୍ଦରେ ପଡି ଭୁଲି ମୁଁ ଯାଇଚି
କ୍ଷମା କର ପ୍ରଭୁ କ୍ଷମା କର
ଫେରି ମୁଁ ଆସିଚି କ୍ଷମା ମୁଁ ମାଗୁଚି(୨)

ପାପର ଏ ସଂସାରେ ରହି ମୁଁ ଯେ ପାପରେ
ପାର୍ଥିବ ବିଷୟେ ସଦା ମନ ଦେଇଚି
ଧନର ପ୍ରଲୋଭନେ ଗର୍ବ ଓ ଅହଙ୍କାରେ
ସର୍ବଦା ତୁମକୁ ମୁଁ ଯେ ଭୁଲିଯାଇଚି
ମନ୍ଦ କର୍ମ ଲାଳସାରେ
ଯାଇଛି ମୁଁ ବହୁଦୂରେ
ଜଗତ ଫାନ୍ଦରେ ପଡି ପାପ ମୁଁ କରିଚି
କ୍ଷମା କର ପ୍ରଭୁ କ୍ଷମା କର
ଫେରି ମୁଁ ଆସିଚି କ୍ଷମା ମୁଁ ମାଗୁଚି(୨)

ଭଗ୍ନ ଆତ୍ମା ମୋହର ଗ୍ରାହ୍ଯ ବଳି ତୁମର
ତୁମ୍ଭ ବାକ୍ଯ ମୋତେ ଏହା ଯେ କହୁଅଚି
ଭଗ୍ନ ଓ ଚୁର୍ଣ ମନେ ଆସିଛି ହେ ଚରଣେ
ତୁଛ୍ଛ କରିବନି ମୋତେ ବିଶ୍ବାସ ଅଛି
ଅନୁତାପ ହ୍ରୁଦୟରେ
ଆସିଛି ମୁଁ ତୁମ ଦ୍ବାରେ
ଜଗତ ଫାନ୍ଦରେ ପଡି ଭୁଲ୍ ମୁଁ କରିଚି
କ୍ଷମା କର ପ୍ରଭୁ କ୍ଷମା କର
ଫେରି ମୁଁ ଆସିଚି କ୍ଷମା ମୁଁ ମାଗୁଚି(୨)

No comments:

Home Ads

Powered by Blogger.