Blogger news

Kampi Uthe A Dharadham Lyrics

Kampi Uthe A Dharadham Lyrics | Odia Christian Song Lyrics

Kampi Uthe A Dharadham Lyrics

କମ୍ପି ଉଠେ ଏ ଧରାଧାମ
ନେଲେ ବୋଲି ଯୀଶୁ ଜନମ
ଝୁମି ଉଠେ ଏ ତନୁ ପ୍ରାଣ
ନେଲେ ବୋଲି ଯୀଶୁ ଜନମ
ହସୁଛି ନୀଳ ଗଗନ
ନାଚୁଛି ଗିରି କାନନ
ଆନନ୍ଦିତ ଲାଗେ ଏ ମନ
ଉଲ୍ଲସିତ ହୁଏ ଏ ପ୍ରାଣ…

ସୃଷ୍ଟି କାଳାବଧି ଯାହାଙ୍କ ବିଷୟ
ଧର୍ମ ଶାସ୍ତ୍ରେ ଥିଲା ଲିଖିତ
ପ୍ରତିଜ୍ଞାନୁସାରେ ପ୍ରତିଜ୍ଞାତ ସୂତ
କଲେ ତାହା ସଫଳିକୃତ
ପିତାଙ୍କ ଆଦେଶମାନ
ମାନିଲେ ଯୀଶୁ ରାଜନ
ଆନନ୍ଦିତ ଲାଗେ ଏ ମନ
ଉଲ୍ଲସିତ ହୁଏ ଏ ପ୍ରାଣ…


ସରଗର ଦୂତ ହୋଇ ଉପସ୍ଥିତ

କହିଲେ ନ ହୁଅ ଭୟାର୍ତ୍ତ

ଅଦ୍ୱିତୀୟ ପୁତ୍ର ହୋଇଛନ୍ତି ଜାତ

ପାପ ତାପ କରିବେ ଧୌତ

ମାନବ ରୂପ ଧରିଣ

ଆସିଲେ ମର୍ତ୍ତ୍ୟ ଭୂବନ

ଆନନ୍ଦିତ ଲାଗେ ଏ ମନ

ଉଲ୍ଲସିତ ହୁଏ ଏ ପ୍ରାଣ…

No comments:

Home Ads

Powered by Blogger.