Blogger news

Achhi Dine Marana Lyrics

Achhi Dine Marana Lyrics | Human Sagar Christian Song Lyrics

Achhi Dine Marana Lyrics is written by Amit Badanayak and sung by Human Sagar.

Achhi Dine Marana Lyrics

ରେ ପ୍ରାଣ...
ଅଛି ଦିନେ ମରଣ...(୨ଥର)
ରେ ପ୍ରାଣ....(୪ଥର)
ଅଛି ଦିନେ ମରଣ...(୪ଥର)
ନିଜ ଧନକୁ ନେଇ ଗର୍ବ ହେଉଛୁ କାହିଁ
ନିଜ ଜ୍ଞାନକୁ ନେଇ ଦର୍ପ କରୁଛୁ କାହିଁ
ଥାଉ ଥାଉ ତୋ ଜୀବନ...(୨ଥର)
ବଦଳିଯା ଏହି କ୍ଷଣ....
ଅଛି ଦିନେ ମରଣ.....(୪ଥର)....=୦=

ନିଜ ଶରୀର ପାଇଁ ସ୍ୱାର୍ଥ ପୂରଣ ପାଇଁ
ସଦା ତୁ ଚିନ୍ତିତ ହେଉଛୁ
ନିଜ ସୌନ୍ଦର୍ଯ୍ୟ ପାଇଁ ରୂପ ଯୌବନ ପାଇଁ
ଖାଲି ତୁ ବ୍ୟସ୍ତ ରହୁଅଛୁ...
ନିଜ ପ୍ରତିଷ୍ଠା ପାଇଁ ମାନ ସମ୍ମାନ ପାଇଁ
ନିତି ତୁ ଧ୍ୟାନ ଦେଉଅଛୁ
ନିଜ ସଂପତ୍ତି ପାଇଁ ଧନ ଅର୍ଜନ ପାଇଁ
ଖାଲି ତୁ ସପନ ଦେଖୁଛୁ...
କେବେ ଆଉ ଛାଡିବୁ ତୁ ଜାଗତିକ କର୍ମ
କେବେ ଆଉ ଯୀଶୁଙ୍କୁ ତୁ ଦେବୁ ତୋର ମନ
ଅଛି ଦିନେ ମରଣ....(୪ଥର)....=୧=

ଭୋଜନ ପାନ ପାଇଁ ବେଶଭୂଷଣ ପାଇଁ
ନିତି ତୁ ଗୁରୁତ୍ୱ ଦେଉଛୁ
ସଂସାର ଚିନ୍ତା ପାଇଁ କ୍ଷଣିକ ସୁଖ ପାଇଁ
ଖାଲି ତୁ ଦରାଣ୍ଡି ହେଉଛୁ....
ମନୋରଞ୍ଜନ ପାଇଁ ନିଶା ସେବନ ପାଇଁ
ସଦା ତୁ ଧାଇଁ ବୁଲୁଅଛୁ
ସୁନା ଗହଣା ପାଇଁ ଗୃହ ନିର୍ମାଣ ପାଇଁ
ମନେ ତୁ ପ୍ରାଧାନ୍ୟ ଭାବୁଛୁ
ସଂସାର ଜଞ୍ଜାଳେ ବୁଡ଼ି ଥିବୁ କେତେ ଦିନ
କେବେ ଆଉ ଫେରିବୁ ତୁ ଯୀଶୁଙ୍କ ଚରଣ...
ଅଛି ଦିନେ ମରଣ......(୪ଥର).....=୨=



No comments:

Home Ads

Powered by Blogger.