Blogger news

A Jibana Dipa Dine Libhiba Lyrics

A Jibana Dipa Dine Libhiba Lyrics | New Odia Christian Song Lyrics

A Jibana Dipa Dine Libhiba Lyrics talks about trusting in God as life is short. This new Odia Christian Song Lyrics is written by Amit Badanayak.

A Jibana Dipa Dine Libhiba Lyrics

ଏ ଜୀବନ ଦୀପ ଦିନେ ଲିଭିବ
ଜୀବନ ସଳିତା ଦିନେ ସରିବ..
ତୁ ଆସିଛୁ ଏକା ଏକା
ଯିବୁ ଦିନେ ଏକା ଏକା...
ମୁଁ ଆସିଛି ଏକା ଏକା
ଯିବି ଦିନେ ଏକା ଏକା...
ଏ ଜୀବନ ଦୀପ ଦିନେ ଲିଭିବ..(୨ଥର)
ଏ ଜଗତ ଛାଡ଼ି ଯିବାକୁ ହେବ
ଆ ଫେରିଆ ହେ ମାନବ
ଦେ ସଜାଡ଼ି ତୋ ସ୍ୱଭାବ...(୨ଥର)..=୦=

ସର୍ବ ଜଗତ କରି କି ଲାଭ
ମୁକତି ନ ପାଇଲେ ମୂଲ୍ୟ ନ ଥିବ
କେତେ ସଞ୍ଚିଲେ ଯଶ ବିଭବ
ଯୀଶୁ ହୃଦେ ନ ଥିଲେ କ'ଣ ମିଳିବ
ଜୀବନ ସଳିତା ଦିନେ ସରିବ...(୨ଥର)
ଶରୀର ମାଟିରେ ବିଲୀନ ହେବ..
ଆ ଫେରିଆ ହେ ମାନବ
ଦେ ସଜାଡ଼ି ତୋ ସ୍ୱଭାବ......(୨ଥର)..=୧=

ପାପରୁ ଫେରି ଯେଉଁ ମାନବ
ନ୍ୟାୟ ଧର୍ମାଚରଣ ନିତି କରିବ
ତା ପାପ ସବୁ ଗଣା ନ ଯିବ
ସେ ଅବଶ୍ୟ ବଞ୍ଚିବ ନ ମରିବ...
ସୁଯୋଗ ରହିଛି ଯିଏ ଫେରିବ...(୨ଥର)
ପ୍ରଭୁଙ୍କ ସନ୍ତୋଷ ପାତ୍ର ସେ ହେବ..
ଆ ଫେରିଆ ହେ ମାନବ
ଦେ ସଜାଡ଼ି ତୋ ସ୍ୱଭାବ......(୨ଥର)..=୨=



No comments:

Home Ads

Powered by Blogger.