Papa Pathe Jauthili Lyrics | Christian Song by Human Sagar
Papa Pathe Jauthili Lyrics is a meaningful Odia Christian Song sung by Human Sagar.
Papa Pathe Jauthili Lyrics
ହୋ...ହୋ...ହୋ....ହୋ.. ହୋ..
ଅଜଣା ବାଟର (ପଥିକ ମୁଁ ସାଜିଥିଲି) ×୨
ତୁମ ପଥ ଭୁଲି(ପାପ ପଥେ ଯାଉଥିଲି) ×୨
ତୁମ ଦୟା ପ୍ରେମ ଏବେ ବୁଝିଗଲି
ତୁମ କ୍ଷମା ଗୁଣ ମୁଁ ଯେ ଜାଣିଗଲି(୨)
ଜାଣିଗଲି ମୁଁ
ଜାଣିଗଲି .. ହୋ... ହୋ... ହୋ
ଅଜଣା ପଥେ ଯାଇ ମୁଁ ଥିଲି
ଯୀଶୁ ତୁମ ପଥ ଭୁଲି
ଜଗତ ପଥେ ଯେବେ ଚାଲିଲି
ଦୁଃଖ ଖାଲି ମୁଁ ଯେ ପାଇଲି
ଜୀବନେ ମୋର ଏ ଦୁନିଆକୁ
ସବୁକିଛି ଭାବିଥିଲି
ତୁମେ ଏକା ଯୀଶୁ ସବୁ କିଛି ମୋର
ଏବେ ମୁଁ ଯେ ଜାଣିଗଲି
ତୁମ ଦୟା ପ୍ରେମ ଏବେ ବୁଝିଗଲି
ତୁମ ମହା ପ୍ରେମ ମୁଁ ଯେ ପାଇଗଲି
ପାଇଗଲି ମୁଁ
ପାଇଗଲି
ଜଗତ ପ୍ରେମେ ମଜ୍ଜି ମୁଁ ଥିଲି
ତୁମ ପ୍ରେମ ମୁଁ ଯେ ଭୁଲି
ଜଗତ ପ୍ରେମ ଅଳପ କ୍ଷଣ
ଏହା ମୁଁଯେ ଜାଣିନଥିଲି
ତୁମରି ପ୍ରେମ ଅଟେ ଅସୀମ
ଜୀବନରେ ବୁଝିଗଲି
ଆଉ ପଛକୁ ଫେରିବି ନାହିଁ
ଏହା ପ୍ରତିଜ୍ଞା ମୁଁ କରିଲି
ତୁମ ପ୍ରେମ ରେ ମୁଁ ଏବେ ମଜ୍ଜିଗଲି
ଏହି ଜଗତକୁ ମୁଁ ଯେ ଭୁଲିଗଲି
ଭୁଲିଗଲି ମୁଁ
ଭୁଲିଗଲି
No comments: