Aji Nagare Nagare Lyrics | ଆଜି ନଗରେ ନଗରେ | Odia UpasanaSangeeta
Aji Nagare Nagare Lyrics
ଆଜି ନଗରେ ନଗରେଗ୍ରାମରେ ଗ୍ରାମରେ
ଶୁଭୁ ଯୀଶୁଙ୍କର ଜୟ ଗୀତ
ଯାଇଛି ଅତୀତ ପାପେ ବିତି ଶତ
ଯୀଶୁ ଆଶା ମୋର କରିବେ ଜୀବିତ
ନବ ଜାଗରଣେ ଜାଗ ହେ ସକଳ
ଶୁଭୁ ଏ ଉତ୍କଳେ ଜୟ ଗୀତ
ସତେ ଜାଗିବକି ମୋର ଏ ଉତ୍କଳ
ତା ହୃଦୟ ନାଥେ ଚିହ୍ନିବ ସତ୍ୱର
ଜୟ ଜୟ ଗୀତ ତା କନଠୁ ଶୁଭିବ
ନାଥ ଚାହିଁବେ ଗୋ ହୋଇ ପ୍ରୀତ
ହୃଦୟ କବାଟ ଦିଅ ଆଜି ଖୋଲି
ଆସନ୍ତୁ ରାଜନ ନବ ବର ଧରି
ଶୁଭାଶିଷ ଫୁଲ ନିଅ ନିଅ ତୋଳି
ଜୀବନେ ଵିକଷୁ ଫଳ ଶତ
No comments: