Blogger news

He Mohara Mana Sadaprabhunkara Lyrics

He Mohara Mana Sadaprabhunkara Lyrics

He Mohara Mana Sadaprabhunkara Lyrics

ହେ ମୋହର ମନ ସଦାପ୍ରଭୁଙ୍କର
ଧନ୍ୟବାଦ କର (4)
ଯେତେ ଯା ପାଇଛୁ ମଙ୍ଗଳଦାନ
ନ ପାସୋର କେବେ ନ ପାସୋର

ପରୀକ୍ଷା ଯେତେକ ସହିବୁ ଯେବେ
ଧନ୍ୟ ଲଭିବ ତୋ ଜୀବନ ତେବେ
ଜୀବନ ଶେଷରେ ମହା ଆନନ୍ଦରେ
ଜୀବନ ମୁକୁଟ ହେବ ତୋହର

ଦିବସ ରଜନୀ ଜାଗ୍ରତ ରହି
ପ୍ରାର୍ଥନାରେ କାଳ କାଟିବୁ ତୁହି
ପରୀକ୍ଷାରେ ତେବେ ନ ପଡ଼ିବୁ କେବେ
ଯୀଶୁ ଥିବେ ସଦା ସାଥି ତୋହର

ଶତ୍ରୁକୁ ତୋହର କରିବୁ ଆଦର
ସବୁଠୁ କଠିନ ଆଂଜ୍ଞା ତାଙ୍କର
ଇଶ୍ୱରଙ୍କ ପକ୍ଷେ ସବୁ ଅଟେ ସାଧ୍ୟ
ସେ କରିବେ ନିଶ୍ଚେ ରକ୍ଷା ତାଙ୍କର



No comments:

Home Ads

Powered by Blogger.