ଅଟେ କି ବହୁମୂଲ୍ୟ ସାଧୁ ମରଣ | Ate Ki Bahumulya Sadhu Marana
ଅଟେ କି ବହୁମୂଲ୍ୟ ସାଧୁ ମରଣ !
ଇଶ୍ୱରଙ୍କ ଦୃଷ୍ଟିରେ ଅତି ମନୋରମ | ଘୋଷା |
ପ୍ରଭୁରେ ଥାଇ ଯାହାର ଘଟଇ ହେ ମରଣ
ଧନ୍ୟ ସେ ଧାର୍ମିକ ଧନ୍ୟ ତାର ଜୀବନ | ୧ |
ଇଶ୍ୱରଙ୍କ ଦୂତଗଣ ତାର ଆତ୍ମା ଘେନିଣ
ସ୍ୱର୍ଗେ ଅବ୍ରହାମ କୋଳେ ଦିଅନ୍ତି ସ୍ଥାନ | ୨ |
ସବୁ ପରିଶ୍ରମରୁ ସେ ପାଏ ଶାନ୍ତି ବିଶ୍ରାମ
ତାର ସବୁ କର୍ମ ହୁଏ ପଶ୍ଚାଦଗାମାନ | ୩ |
ସମାଧୀରେ କୁଶଳରେ ଦେହ କରେ ଶୟନ
ସ୍ଵର୍ଗପୁରେ ଭୋଗଇ ଅନନ୍ତ ଜୀବନ | ୪ |
ଶେଷ ଦିନେ ସମାଧିରୁ କିରଣ ସେ ଉତ୍ଥାନ
ହେବ ଅତି ତେଜସକର ସୂର୍ଯ୍ୟ ସମାନ | ୫ |
No comments: